ଭୁ ବ ନେ ଶ୍ଵ ର , ୨୪।୧(ନି.ପ୍ର): ଫେବୃଆରୀ ୧୭ ତାରିଖରେ ବିଧାନସଭା ୨୦୨୫-୨୬ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ ଉପସ୍ଥାପନ ପୂର୍ବରୁ ଶୁକ୍ରବାର ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଆୟୋଜିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ ବୈଠକ ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ବିଶେଷଜ୍ଞ, ନାଗରିକ ସମାଜ, ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଆଲୋଚନା ହୋଇଛି।
ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷର ବଜେଟ୍ କିପରି ଲୋକାଭିମୁଖୀ ହୋଇପାରିବ ସେ ନେଇ ବୈଠକରେ ସମସ୍ତେ ନିଜର ବହୁମୂଲ୍ୟ ମତାମତ ଦେଇଛନ୍ତି। ସମସ୍ତଙ୍କ ସହ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ଗତ ବର୍ଷ ପରି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟବାସୀଙ୍କ ବହୁମୂଲ୍ୟ ମତାମତ ମଧ୍ଯ ଲୋଡ଼ାଯାଇଛି । ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କ ମତାମତ ଦେଇପାରିବେ । ଇ-ମେଲ ଓ ସ୍ଟାଟସଆପ୍, ୱେବ୍ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ମତାମତ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ବିଶେଷଜ୍ଞ, ରାଜ୍ୟବାସୀ ସମସ୍ତଙ୍କ
ମତାମତକୁ ଗୁରୁତ୍ଵ ଦିଆଯିବ। ଲୋକଙ୍କ ସରକାରରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବା ବିଶେଷକରି ବଜେଟ୍ ରେ ଗ୍ରାମାଞ୍ଚଳବାସୀ ଓ ଅର୍ଥନୈତିକ ଅନଗ୍ରସର ଲୋକମାନଙ୍କୁ
ଫୋକସ କରାଯାଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ଵ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨୦ ହଜାର ନିଯୁକ୍ତି ଦିଆସରିଛି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୪୦ ହଜାର ନିଯୁକ୍ତି ଦିଆଯିବ। ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆମ ସରକାର ୬୫ ହଜାର ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି। ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ
ଅନୁମୋଦନ କରାଯାଇଛି। ଏହାଫଳରେ ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ।
ବଜେଟର ରାଜସ୍ୱ ବୃଦ୍ଧି, ଆଇ.ଟି, ସେମିକଣ୍ଡକ୍ଟର, ପେଟ୍ରୋକେମିକାଲ, ଷ୍ଟିଲ, ଅକ୍ଷୟ ଶକ୍ତି, ଟେକ୍ସଟାଇଲ, ଆଗ୍ରୋ ଇଣ୍ଡଷ୍ଟ୍ରି ଭଳି ଶିଳ୍ପ ସହିତ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ଵ ଦିଆ ଯାଉଥ୍ ବ। କ ହି ଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, କୃଷକମାନଙ୍କ ଆୟ ବୃଦ୍ଧି ସହିତ ଶୀତଳ ଭଣ୍ଡାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ସହିତ ଭିଭିଭୂମି ସୁଦୃଢ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଜେଟ୍ ପାଇଁ ଯେଉଁ ମତାମତ ଆସିଛି ତନ୍ମଧ୍ଯରୁ ଲୋକ ହିତକାରୀ ମତାମତ ଗୁଡିକୁ ପିସକାଲ ରେସନ୍ସ ଟିମ୍ ଗୁରୁତ୍ଵ ଦେବ ଏବଂ ଏହି ବଜେଟ୍ ସମୃଦ୍ଧ ଓଡିଶା ଗଠନ ପାଇଁ ନିଶ୍ଚିତ ଭାବେ ଏକ ପୂର୍ଣ୍ଣାଙ୍ଗ ରୂପରେ ଆସିବ ବୋଲି ସେ କହିଥିଲେ। ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ
ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ରବି ନାରାୟଣ ସେନାପତି, ଉପେନ୍ଦ୍ର ନାଥ ବେହେରା, ବରିଷ୍ଠ ରାଜନେତା ସମୀର ମହାନ୍ତି, ସଜ୍ଜନ ଶର୍ମା ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୪ ଜଣ ବିଶିଷ୍ଠ ବ୍ୟକ୍ତି ବଜେଟ୍ ସଂକ୍ରାନ୍ତୀୟ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ବୈଠକରେ ମଧ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।