ଡୁମାଣୀ ବ୍ୟୁରୋ : ପ୍ରକାଶ ପାଇଲା JEE ମେନ୍ ୨୦୨୫ ପରୀକ୍ଷା ଫଳ ପ୍ରକାଶିତ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ପକ୍ଷରୁ ରେଜଲ୍ଟ ପ୍ରକାଶ ।୨୪ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ମାର୍କ । ଓଡ଼ିଆ ସମେତ ୧୯ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସେମାନଙ୍କ ଫଳାଫଳ jeemain.nta.nic.in କୁ ଯାଇ ନିଜ ସ୍କୋର ଦେଖିପାରିବେ । ରେଜଲ୍ଟ ଯାଞ୍ଚ କରିବା ପାଇଁ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ ଆବଶ୍ୟକ ହେବ।
JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟତା କଟଅଫ୍ ପ୍ରକାଶ
JEE ମେନ୍ 2025 ର ପ୍ରକାଶିତ ଫଳାଫଳ ସହିତ, JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟତା କଟଅଫ୍ ମଧ୍ୟ ଘୋଷଣା କରାଯାଇଛି। ଜେଇଇ ଆଡଭାନ୍ସଡ୍ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ୯୩.୧୦ ପ୍ରତିଶତ ନମ୍ବର ରଖିବାକୁ ପଡିବ। ସେହିପରି, EWS ବର୍ଗ ପାଇଁ କଟଅଫ୍ ୮୦.୩୮, OBC ପାଇଁ ୭୯.୪୩, SC ପାଇଁ ୬୧.୧୫ ରହିଛି ।
ଟପ୍ପରଙ୍କ ତାଲିକା
ଚଳିତ ବର୍ଷ ଟପର୍ ମାନେ ହେଉଛନ୍ତି :
ମହମ୍ମଦ ଅନସ – ରାଜସ୍ଥାନ
ଆୟୁଷ ସିଂଘଲ – ରାଜସ୍ଥାନ
ଆର୍କିସମାନ୍ ନନ୍ଦୀ – ପଶ୍ଚିମବଙ୍ଗ
ଦେବଦତ୍ତ ମାଝୀ – ପଶ୍ଚିମବଙ୍ଗ
ଆୟୁଷ ରବି ଚୌଧୁରୀ – ମହାରାଷ୍ଟ୍ର
ଲକ୍ଷ୍ୟ ଶର୍ମା – ରାଜସ୍ଥାନ
କୁଶାଗ୍ର ଗୁପ୍ତା – କର୍ଣ୍ଣାଟକ
ହର୍ଷ ଗୁପ୍ତା – ତେଲେଙ୍ଗାନା
ପ୍ରକାଶ ଭାଗଦେବ – ଗୁଜୁରାଟ
ଦକ୍ଷ – ଦିଲ୍ଲୀ
ହର୍ଷ ଝା – ଦିଲ୍ଲୀ
ରଜିତ ଗୁପ୍ତା – ରାଜସ୍ଥାନ
ଶ୍ରେୟସ ଲୋହିଆ – ଉତ୍ତର ପ୍ରଦେଶ
ସକ୍ଷମ ଜିନ୍ଦଲ – ରାଜସ୍ଥାନ
ସୌରଭ – ଉତ୍ତର ପ୍ରଦେଶ
ଭଙ୍ଗଲା ଅଜୟ ରେଡ୍ଡୀ – ତେଲେଙ୍ଗାନା
ସାନିଧି ସରଫ – ମହାରାଷ୍ଟ୍ର
ବିଶାଦ ଜୈନ – ମହାରାଷ୍ଟ୍ର
ଅର୍ଣ୍ଣବ ସିଂହ – ରାଜସ୍ଥାନ
ଶିବନ ବିକାଶ ତୋଷନିୱାଲ – ଗୁଜୁରାଟ
କୁଶଗ୍ରା ବାଙ୍ଗା – ଉତ୍ତରପ୍ରଦେଶ
ସାଇ ମନୋଗାନା ଗୁଥିକୋଣ୍ଡା – ଆନ୍ଧ୍ରପ୍ରଦେଶ
ଓମ୍ ପ୍ରକାଶ ବେହେରା – ରାଜସ୍ଥାନ
ବାଣୀ ବ୍ରତ ମାଜି – ତେଲେଙ୍ଗାନା
NTA ଅନୁଯାୟୀ, JEE ମେନ୍ ସେସନ୍ ୨ ପାଇଁ ୧୦,୬୧,୪୪୦ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ, ଯେଉଁଥିରୁ ୯,୯୨,୩୫୦ ଜଣ ପରୀକ୍ଷା ଦେଇଥିଲେ। JEE ମେନ୍ 2025 ସେସନ୍ 2 ପେପର୍-୧ ସାରା ଦେଶରେ ଏପ୍ରିଲ ୨,୩,୪,୭ ଏବଂ୮ ରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ପାଇଁ ମୋଟ ୫୩୧ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା, ଯେଉଁଥିରେ ଭାରତର ୨୮୫ ସହର ଏବଂ ବିଦେଶର ୧୫ ସହର ଅନ୍ତର୍ଭୁକ୍ତ ଥିଲା ।
- ଡୁମାଣୀ ବ୍ୟୁରୋ